ଇ-ରିକ୍ସାକୁ ବ୍ଲୁଟୁଥ୍‌ ମାଧ୍ୟମରେ ଦୂରରୁ ବନ୍ଦ କରିବାରେ ଦୁର୍ବ୍ୟବହୃତ ହେଉଥିବା BAT-BMS, SMART BMS, LOSSIGY, Epoch Li-ion ସମେତ ୭ଟି ଆପ୍‌କୁ Google Play Store ଓ Apple App Storeରୁ ହଟାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପରେ ଇଲେକ୍ଟ୍ରିକ୍ ଯାନର ସାଇବର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ଦେଶରେ ବଢ଼ୁଥିବା ଇଲେକ୍ଟ୍ରିକ୍ ଯାନ (EV) ବ୍ୟବହାର ମଧ୍ୟରେ ଇ-ରିକ୍ସା ଚାଳକଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) Google ଓ Appleକୁ ନିର୍ଦ୍ଦେଶ ଦେଇ BAT-BMS, SMART BMS, LOSSIGY, Epoch Li-ion ସମେତ ମୋଟ ୭ଟି Battery Management ଆପ୍‌କୁ ସେମାନଙ୍କ App Storeରୁ ହଟାଇବାକୁ କହିଛି।

ସମ୍ପ୍ରତି ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ କେତେକ ବ୍ୟକ୍ତି ବ୍ଲୁଟୁଥ୍‌ ମାଧ୍ୟମରେ ଇ-ରିକ୍ସାର ବ୍ୟାଟେରୀ ସହ ସଂଯୋଗ କରି ଚଳନ୍ତା ଗାଡ଼ିକୁ ହଠାତ୍ ବନ୍ଦ କରିଦେଉଥିଲେ। ଫଳରେ ଚାଳକମାନେ ରାସ୍ତା ମଝିରେ ଅଟକି ଯାଉଥିଲେ ଏବଂ ଯାତ୍ରୀଙ୍କ ସୁରକ୍ଷା ମଧ୍ୟ ବିପଦରେ ପଡ଼ୁଥିଲା।

ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ଆପ୍ ‌ଗୁଡ଼ିକର ମୂଳ ଉଦ୍ଦେଶ୍ୟ ବ୍ୟାଟେରୀର ଚାର୍ଜ, ଭୋଲ୍ଟେଜ୍, ତାପମାତ୍ରା ଓ ଅନ୍ୟାନ୍ୟ ପାରାମିଟର ନିରୀକ୍ଷଣ କରିବା। କିନ୍ତୁ କେତେକ ବ୍ୟାଟେରି ସିଷ୍ଟମରେ ପର୍ଯ୍ୟାପ୍ତ ପାସୱାର୍ଡ କିମ୍ବା ପ୍ରମାଣୀକରଣ ବ୍ୟବସ୍ଥା ନଥିବାରୁ ଦୁର୍ବୃତ୍ତମାନେ ଏହାକୁ ବ୍ୟବହାର କରି ଇ-ରିକ୍ସାର ପାୱାର୍ ସପ୍ଲାଇ ବନ୍ଦ କରୁଥିଲେ।

MeitY ସଚିବ ଏସ୍. କୃଷ୍ଣନ କହିଛନ୍ତି ଯେ, ସାଧାରଣ ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇପାରୁଥିବା ଏଭଳି ଆପ୍ ‌ଗୁଡ଼ିକୁ ସାର୍ବଜନିକ ପ୍ଲାଟଫର୍ମରେ ଉପଲବ୍ଧ ରଖାଯିବ ନାହିଁ। ଭବିଷ୍ୟତରେ ଏପରି ଆପ୍ ‌ଗୁଡ଼ିକର ଯାଞ୍ଚକୁ ଆହୁରି କଡ଼ା କରାଯିବ।

ଏହି ଘଟଣା ପରେ କେନ୍ଦ୍ର ସରକାର ଦେଶର ଅଟୋମୋବାଇଲ୍ କମ୍ପାନୀଗୁଡ଼ିକର ସାଇବର ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା ଆରମ୍ଭ କରିଛି। ବିଶେଷଜ୍ଞଙ୍କ ମତରେ, ଇଣ୍ଟରନେଟ୍ ଓ ବ୍ଲୁଟୁଥ୍‌ ସଂଯୁକ୍ତ ଯାନଗୁଡ଼ିକରେ ଶକ୍ତିଶାଳୀ Authentication ଓ Encryption ବ୍ୟବସ୍ଥା ନଥିଲେ ଏଭଳି ସାଇବର କ୍ରାଇମ ସୃଷ୍ଟି ହୋଇପାରେ।

Share This Article 1 shares

Continue Reading

View All ଦେଶ →