ଓଡ଼ିଶା ପରିବହନ ବିଭାଗ ଯାନ ପଞ୍ଜୀକରଣ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତା ବଢ଼ାଇବାକୁ ନୂଆ Standard Operating Procedure (SOP) ଜାରି କରିଛି। ଏହା ଅନୁଯାୟୀ, ନୂଆ ଗାଡ଼ି ପଞ୍ଜୀକରଣ ଏବଂ ମାଲିକାନା ପରିବର୍ତ୍ତନ ପାଇଁ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। ଆବେଦକଙ୍କ ପରିଚୟ, ସ୍ଥାୟୀ ଠିକଣା ଓ ଅନ୍ୟାନ୍ୟ ଦଲିଲର କଡ଼ା ଯାଞ୍ଚ ପରେ ହିଁ ଆବେଦନ ଅନୁମୋଦନ କରାଯିବ। ଏହି ପଦକ୍ଷେପ ଦୁର୍ଘଟଣା, ଅପରାଧ ଓ ଭୁଲ ପରିଚୟରେ ଯାନ ପଞ୍ଜୀକରଣକୁ ରୋକିବାରେ ସହାୟକ ହେବ।

ଭୁବନେଶ୍ବର, ୧୦ ଜୁଲାଇ; ଓଡ଼ିଶା ପରିବହନ ବିଭାଗ ରାଜ୍ୟର ସମସ୍ତ Regional Transport Office (RTO) ପାଇଁ ଏକ ନୂଆ Standard Operating Procedure (SOP) ଜାରି କରିଛି। ଏହା ଅନୁଯାୟୀ, ନୂଆ ଗାଡ଼ି ପଞ୍ଜୀକରଣ (New Vehicle Registration) ଏବଂ ଯାନର ମାଲିକାନା ପରିବର୍ତ୍ତନ (Transfer of Ownership) ପାଇଁ ଆଧାର (Aadhaar) ଦ୍ୱାରା ପରିଚୟ ପ୍ରମାଣୀକରଣ ବାଧ୍ୟତାମୂଳକ କରାଯାଇଛି। 

ପରିବହନ ବିଭାଗର କହିବା ଅନୁଯାୟୀ, କେତେକ କ୍ଷେତ୍ରରେ ଅନଲାଇନ୍‌ରେ ଅପଲୋଡ୍ ହୋଇଥିବା ଦଲିଲକୁ ପୂର୍ଣ୍ଣ ଯାଞ୍ଚ ନକରି ଆବେଦନ ଅନୁମୋଦନ କରାଯାଉଥିଲା। ଏଥିପାଇଁ ଦୁର୍ଘଟଣା, ଆଇନଗତ ତଦନ୍ତ, କର ଆଦାୟ ଓ ଯାନ ମାଲିକଙ୍କୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଥିଲା। ନୂଆ SOP ମାଧ୍ୟମରେ ନକଲି ପରିଚୟ, ଭୁଲ ଠିକଣା ଓ ଜାଲିଆତି ରୋକିବାକୁ ଲକ୍ଷ୍ୟ ରଖାଯାଇଛି। 

ପରିବହନ ବିଭାଗର ମତାନୁସାରେ, ଏହି ବ୍ୟବସ୍ଥା ଦ୍ୱାରା ଯାନ ପଞ୍ଜୀକରଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ନିରାପଦ ହେବ। ଦୁର୍ଘଟଣା କିମ୍ବା ଅପରାଧ ସମୟରେ ଗାଡ଼ିର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ସହଜ ହେବ ଏବଂ ଆଇନ ପ୍ରୟୋଗକାରୀ ସଂସ୍ଥାମାନଙ୍କୁ ତଦନ୍ତରେ ସହାୟତା ମିଳିବ। 

ନୂତନ SOP ଅନୁସାରେ : 

ନୂଆ ଯାନ ପଞ୍ଜୀକରଣ ଓ ମାଲିକାନା ପରିବର୍ତ୍ତନ ପାଇଁ ଆଧାର ଯାଞ୍ଚ ଅନିବାର୍ଯ୍ୟ। ଆବେଦକଙ୍କ ପରିଚୟ, ଠିକଣା ଓ RTO କ୍ଷେତ୍ରାଧିକାର ଯାଞ୍ଚ କରାଯିବ। ପରିବହନ ଯାନ ପାଇଁ ବୀମା, ଫିଟନେସ୍ ସର୍ଟିଫିକେଟ୍, ପରମିଟ୍ ଓ ଟ୍ୟାକ୍ସ ରେକର୍ଡ ଯାଞ୍ଚ କରାଯିବ। ଦଲିଲ ଯାଞ୍ଚ ବିନା କୌଣସି ଆବେଦନ ଅନୁମୋଦନ କରାଯିବ ନାହିଁ। SOP ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। 

 

 

 

 

Share This Article 1 shares

Continue Reading

View All ଓଡ଼ିଶା →