ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ବଢ଼ାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ UAE ଗସ୍ତ ଆରମ୍ଭ କରିଛନ୍ତି। ଅବୁଧାବି ଓ ଦୁବାଇରେ ଉଚ୍ଚସ୍ତରୀୟ ନିବେଶକ, ସରକାରୀ ପ୍ରତିନିଧି, Sovereign Wealth Funds ଏବଂ ଶିଳ୍ପପତିଙ୍କ ସହ ଆଲୋଚନା ହେବ। ରାଜ୍ୟ ସରକାର ମାଇନିଂ ଓ ମେଟାଲର୍ଜି, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ପୋର୍ଟ-ଭିତ୍ତିକ ଲଜିଷ୍ଟିକ୍ସ, ଡାଟା ସେଣ୍ଟର ଏବଂ Sovereign Fund investmentକୁ ପ୍ରାଥମିକତା ଦେଉଛି।

ଭୁବନେଶ୍ୱର, ୦୮ ସେପ୍ଟେମ୍ବର; ଓଡ଼ିଶାକୁ ବିଶ୍ୱସ୍ତରୀୟ ନିବେଶ ଗନ୍ତବ୍ୟ ଭାବେ ପ୍ରଚାର କରିବା ଏବଂ ଅଧିକ ବିଦେଶୀ ପୁଞ୍ଜି ଆକର୍ଷଣ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ UAE ଗସ୍ତରେ ଯାଇଛନ୍ତି। ଉପଲବ୍ଧ ସୂଚନା ଅନୁସାରେ, ଏହି ନିବେଶ ଆଉଟରିଚ୍‌ରେ ଅବୁଧାବି ଓ ଦୁବାଇରେ ବିଭିନ୍ନ ଶିଳ୍ପଗୋଷ୍ଠୀ, ନିବେଶକ ଏବଂ ସରକାରୀ ପ୍ରତିନିଧିଙ୍କ ସହ ଆଲୋଚନା ହେବ। 

ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ଅନୁସାରେ, UAE ରୋଡ୍‌ଶୋରେ ପାଞ୍ଚଟି ପ୍ରମୁଖ କ୍ଷେତ୍ରକୁ ଫୋକସ୍ କରାଯିବ—ମାଇନିଂ ଓ ମେଟାଲର୍ଜି, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ପୋର୍ଟ-ଭିତ୍ତିକ ଲଜିଷ୍ଟିକ୍ସ, ଡାଟା ସେଣ୍ଟର ଏବଂ Sovereign Fund investment। 

ବିଶେଷକରି ଗ୍ରୀନ୍ ଷ୍ଟିଲ୍, ଗ୍ରୀନ୍ ଆଲୁମିନିୟମ୍, ଫେରୋକ୍ରୋମ୍, Rare Earth ଓ Critical Minerals କ୍ଷେତ୍ରରେ ବିଦେଶୀ ନିବେଶ ଆକର୍ଷଣକୁ ଗୁରୁତ୍ୱ ଦିଆଯିବ। ଓଡ଼ିଶାର ଖଣିଜ ସମ୍ପଦକୁ କେବଳ କଚାମାଲ ଭାବେ ରପ୍ତାନି ନକରି value-added manufacturing ବଢ଼ାଇବା ଏହି ରଣନୀତିର ଗୁରୁତ୍ୱପୂର୍ଣ୍ଣ ଦିଗ। 

ପୋର୍ଟ-ଭିତ୍ତିକ ଲଜିଷ୍ଟିକ୍ସ ମଧ୍ୟ ଏହି ଗସ୍ତର ଏକ ବଡ଼ ଆକର୍ଷଣ। Paradip, Dhamra, Subarnarekha ଓ Astaranga ଅଞ୍ଚଳରେ ବନ୍ଦର ଓ ଶିଳ୍ପ ସମ୍ପର୍କିତ ସୁଯୋଗକୁ UAE ନିବେଶକଙ୍କ ସମ୍ମୁଖରେ ରଖାଯିବ। Gulf ବଜାର ସହ ଓଡ଼ିଶାର ଭୌଗୋଳିକ ଓ ସମୁଦ୍ରପଥ ସଂଯୋଗକୁ ମଧ୍ୟ ନିବେଶ ଆକର୍ଷଣର ଏକ ସମ୍ଭାବ୍ୟ ଶକ୍ତି ଭାବେ ପ୍ରଦର୍ଶନ କରାଯିବ। 

ଡିଜିଟାଲ୍ ଅର୍ଥନୀତି ମଧ୍ୟ ଏଥରର ଆଉଟ୍ରିଚ୍‌ରେ ସ୍ଥାନ ପାଇଛି। ଡାଟା ସେଣ୍ଟର, ଡିଜିଟାଲ୍ ଭିତ୍ତିଭୂମି ଏବଂ ସମ୍ଭାବ୍ୟ କେବଲ୍-ଲ୍ୟାଣ୍ଡିଂ ସୁବିଧା ସମ୍ପର୍କିତ ନିବେଶ ସୁଯୋଗ ଉପରେ ଆଲୋଚନା ହେବ। ଏହା ଓଡ଼ିଶାର ପାରମ୍ପରିକ ଖଣି ଓ ଧାତୁ ଶିଳ୍ପ ସହିତ ନୂଆ ପିଢ଼ିର ଶିଳ୍ପକୁ ଯୋଡ଼ିବାର ଚେଷ୍ଟା ବୋଲି ବିଶ୍ଳେଷଣ କରାଯାଇପାରେ। 

ଏହି ଗସ୍ତର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପାଟି ହେଉଛି UAEର Sovereign Wealth Funds ଓ institutional investorsଙ୍କ ସହ ଯୋଗାଯୋଗ। ରିପୋର୍ଟ ଅନୁସାରେ, ପ୍ରାୟ ୩୦ଟି investable projects ନିବେଶକଙ୍କ ସମ୍ମୁଖରେ ରଖିବାର ଯୋଜନା ରହିଛି। ଏଥିରେ shipbuilding, ship repair, port infrastructure, chemical ଓ rare-earth parks, coal corridors ଏବଂ slurry pipeline ଭଳି ପ୍ରକଳ୍ପ ରହିଛି। 

ଓଡ଼ିଶା ପାଇଁ UAE ସହ ଶିଳ୍ପ ସମ୍ପର୍କର ଏହି ଅଭିଯାନ ସମ୍ପୂର୍ଣ୍ଣ ନୂଆ ନୁହେଁ। ଜୁଲାଇ ୨୦୨୬ରେ ରାଜ୍ୟ ସରକାରଙ୍କ IPICOL ଓ UAEର International Holding Company (IHC) ମଧ୍ୟରେ ପ୍ରାୟ ₹୧.୧ ଲକ୍ଷ କୋଟିର ଏକ integrated aluminium project ପାଇଁ MoU ହୋଇଥିବା ସରକାରୀ ରେକର୍ଡରେ ରହିଛି। ସରକାର ଏହି ପ୍ରକଳ୍ପରୁ ୫୩,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛି। 

ପୂର୍ବ ଚୁକ୍ତିକୁ ଦେଖିଲେ UAE ଓଡ଼ିଶା ପାଇଁ କେବଳ ଏକ ନୂଆ ନିବେଶ ବଜାର ନୁହେଁ, ବରଂ ପୂର୍ବରୁ ଶିଳ୍ପ ସହଯୋଗ ଆରମ୍ଭ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ। ସରକାରୀ ତଥ୍ୟ ଅନୁସାରେ, ଚଳିତ ବର୍ଷ ଦିଲ୍ଲୀ-NCR ଶିଳ୍ପ ଆଉଟରିଚ୍‌ରେ ₹୬୬,୩୯୨ କୋଟିର investment proposals ଏବଂ ୫୪,୧୩୫ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ମିଳିଥିଲା। ଏହି ପୃଷ୍ଠଭୂମିରେ UAE ଗସ୍ତର ମୂଳ ପରୀକ୍ଷା ହେବ—କେତେ ନିବେଶ ପ୍ରସ୍ତାବ ପ୍ରକୃତ ପ୍ରକଳ୍ପରେ ପରିଣତ ହେଉଛି, କେତେ ନିଯୁକ୍ତି ସୃଷ୍ଟି ହେଉଛି ଏବଂ ଓଡ଼ିଶାରେ କେତେ ମୂଲ୍ୟବୃଦ୍ଧି ହେଉଛି।ଏହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ ଓଡ଼ିଶାର “ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ” ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 

Share This Article 1 shares

Continue Reading

View All ଓଡ଼ିଶା →