ନୂଆଦିଲ୍ଲୀ: ଇରାନ ବିରୋଧରେ ଆମେରିକା-ଇସ୍ରାଏଲର ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ତୈଳ ଦର ଆକାଶଛୁଆଁ ହୋଇଛି। ଏହି ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ ଅନୁରୋଧ କରିଛନ୍ତି।

 ପ୍ରଧାନମନ୍ତ୍ରୀ କୋଭିଡ-୧୯ ସମୟରେ ଗ୍ରହଣ କରାଯାଇଥିବା ସମାନ ପଦକ୍ଷେପଗୁଡିକୁ ପୁନର୍ବାର ଆପଣାଇବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।

 ଯୁଦ୍ଧ ଯୋଗୁଁ ତୈଳ ଯୋଗାଣ ବାଧାପ୍ରାପ୍ତ ହେଉଥିବାରୁ ଏବଂ ଦର ବୃଦ୍ଧି ହେଉଥିବାରୁ ଅନାବଶ୍ୟକ ଭାବେ ଇନ୍ଧନ ଖର୍ଚ୍ଚ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

 ଦେଶର ଅର୍ଥନୀତି ଉପରେ ଯୁଦ୍ଧର ପ୍ରଭାବକୁ କମାଇବା ପାଇଁ ଏହି ଇନ୍ଧନ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share This Article 0 shares

Continue Reading

View All ଦେଶ →