ଓମାନ ଉପକୂଳ ନିକଟରେ ଆମେରିକୀୟ ନୌସେନାର ଆକ୍ରମଣରେ ୩ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିବା ପରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ କଥା ହୋଇ ଭାରତର କଡ଼ା ପ୍ରତିବାଦ ଜଣାଇଛନ୍ତି। ବାଣିଜ୍ୟିକ ଜାହାଜ ଉପରେ ଏଭଳି ମାରାତ୍ମକ ଆକ୍ରମଣ ଅନୁଚିତ ବୋଲି ଭାରତ ସ୍ପଷ୍ଟ କରିଛି।

ନୂଆଦିଲ୍ଲୀ, ୧୩ ଜୁନ: ଗଲ୍ଫ ଅଞ୍ଚଳରେ ଆମେରିକୀୟ ନୌସେନାର ଆକ୍ରମଣରେ ତିନିଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିବା ପରେ ଭାରତ ଆମେରିକା ନିକଟରେ କଡ଼ା ପ୍ରତିବାଦ ଜଣାଇଛି । ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ ଟେଲିଫୋନରେ କଥା ହୋଇ ଏହି ଘଟଣା ନେଇ ଭାରତର ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । 

ଜୟଶଙ୍କର କହିଛନ୍ତି ଯେ ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣ କୌଣସି ପରିସ୍ଥିତିରେ ନ୍ୟାୟସଙ୍ଗତ ନୁହେଁ । ସେ ଆମେରିକା ସରକାରଙ୍କୁ ଭାରତର ଦୃଢ଼ ପ୍ରତିବାଦ ବିଷୟରେ ଅବଗତ କରାଇଥିବା ସହ ସମୁଦ୍ରପଥରେ କାର୍ଯ୍ୟରତ ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି । 

ସୂଚନା ଅନୁଯାୟୀ, ଓମାନ ଉପକୂଳ ନିକଟରେ ଥିବା ଏକ ତୈଳବାହୀ ଜାହାଜ ଉପରେ ଆମେରିକୀୟ ସେନା କାର୍ଯ୍ୟାନୁଷ୍ଠାନ କରିଥିଲା । ଏହି ଆକ୍ରମଣରେ ତିନିଜଣ ଭାରତୀୟ ନାବିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଘଟଣାକୁ ନେଇ ଭାରତ ସରକାର ଚିନ୍ତା ପ୍ରକାଶ କରିବା ସହ ଏହାର ପୂର୍ଣ୍ଣ ତଦନ୍ତ ଓ ଜବାବଦେହିତା ନିଶ୍ଚିତ କରିବାକୁ ଦାବି କରିଛନ୍ତି । 

Share This Article 0 shares

Continue Reading

View All ଦୁନିଆ →