ଅଷ୍ଟ୍ରେଲିଆର ପ୍ରସିଦ୍ଧ T20 ଟୁର୍ଣ୍ଣାମେଣ୍ଟ ବିଗ୍ ବାଶ୍ ଲିଗ୍ (BBL) 2026-27 ସିଜନର ଉଦ୍ଘାଟନୀ ମ୍ୟାଚ୍ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବାହାରେ ଖେଳାଯିବ। ଡିସେମ୍ବର 12ରେ ଚେନ୍ନାଇର ଏମ୍‌.ଏ. ଚିଦମ୍ବରମ୍ ଷ୍ଟାଡିୟମରେ ମେଲବୋର୍ଣ୍ଣ ରେନେଗେଡ୍ସ ଓ ପର୍ଥ ସ୍କର୍ଚର୍ସ ମଧ୍ୟରେ ଏହି ଐତିହାସିକ ମ୍ୟାଚ୍ ହେବ। ଏହି ଘୋଷଣା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (MCG)ରେ ମିଳିତ ଭାବେ କରିଥିଲେ। ଏହା ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗରେ ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି।

ମେଲବୋର୍ଣ୍ଣ, ୧୦ ଜୁଲାଇ; ଅଷ୍ଟ୍ରେଲିଆର ଲୋକପ୍ରିୟ ଘରୋଇ T20 ଲିଗ୍ Big Bash League (BBL) ପ୍ରଥମ ଥର ପାଇଁ ନିଜର ଏକ ଅଫିସିଆଲ୍ ମ୍ୟାଚ୍ ବିଦେଶରେ ଆୟୋଜନ କରିବ। 2026-27 ସିଜନର ଉଦ୍ଘାଟନୀ ମ୍ୟାଚ୍ 12 ଡିସେମ୍ବର 2026ରେ ଚେନ୍ନାଇର ଏମ୍‌.ଏ. ଚିଦମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ। ମ୍ୟାଚ୍‌ଟିରେ Melbourne Renegades ଓ Perth Scorchers ମୁହାଁମୁହିଁ ହେବେ। 

ଏହି ଐତିହାସିକ ଘୋଷଣା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (MCG)ରେ ମିଳିତ ଭାବେ କରିଥିଲେ। ଏହା ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ‘G'day Namaste’ Sports Collaboration Roadmapର ଏକ ପ୍ରମୁଖ ଅଂଶ। 

BBL ଆରମ୍ଭ ହେବା ପରଠାରୁ ଏହାର ସମସ୍ତ ମ୍ୟାଚ୍ କେବଳ ଅଷ୍ଟ୍ରେଲିଆରେ ଖେଳାଯାଉଥିଲା। ପ୍ରଥମ ଥର ପାଇଁ ଭାରତରେ ମ୍ୟାଚ୍ ଆୟୋଜନ ହେବା କ୍ରିକେଟ୍ ଇତିହାସରେ ଏକ ବଡ଼ ପଦକ୍ଷେପ ବୋଲି ଧରାଯାଉଛି। ଏହା ମାଧ୍ୟମରେ BBL ଭାରତୀୟ ଦର୍ଶକଙ୍କ ମଧ୍ୟରେ ନିଜର ପହଞ୍ଚ ବଢ଼ାଇବା ସହ ଦୁଇ ଦେଶର କ୍ରୀଡ଼ା ସହଯୋଗକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି। 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆକୁ ଏକ ସୂତ୍ରରେ ବାନ୍ଧି ରଖିଛି। BBLର ଉଦ୍ଘାଟନୀ ମ୍ୟାଚ୍ ଚେନ୍ନାଇରେ ଆୟୋଜନ ହେବା ଦୁଇ ଦେଶର କ୍ରୀଡ଼ା ସମ୍ପର୍କକୁ ନୂଆ ଉଚ୍ଚତାକୁ ନେବ ବୋଲି ସେ କହିଛନ୍ତି। ଏହି ଅବସରରେ ଭାରତର 2036 ଅଲିମ୍ପିକ୍ସ ଆୟୋଜନ ଲକ୍ଷ୍ୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। 

 

 

Share This Article 0 shares

Continue Reading

View All ଦେଶ →