ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ଏହାର ପ୍ରଥମ ଫୁଲ୍-ଟାଇମ୍ CEO ଭାବେ ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା  ନିଯୁକ୍ତ କରିଛି। ଭାରତୀୟ ବାୟୁସେନାର ପଶ୍ଚିମ ଏୟାର କମାଣ୍ଡର ପୂର୍ବତନ ମୁଖ୍ୟ ଥିବା ମିଶ୍ର ୨୦୨୫ର ଅପରେସନ ସିନ୍ଦୂର ସମୟରେ କମାଣ୍ଡ ଦାୟିତ୍ୱରେ ଥିଲେ। ପ୍ରାୟ ୪ ଦଶନ୍ଧିର ସାମରିକ ଅଭିଜ୍ଞତା ଥିବା ଜିତେନ୍ଦ୍ର ମିଶ୍ରା ଏବେ ରାମ ମନ୍ଦିର ଟ୍ରଷ୍ଟର ପ୍ରଶାସନିକ, ପରିଚାଳନା ଓ ସାଂଗଠନିକ କାର୍ଯ୍ୟରେ ନୂଆ ଭୂମିକା ନେବେ।

ଅଯୋଧ୍ୟା, ୦୨ ସେପ୍ଟେମ୍ବର; ଅଯୋଧ୍ୟାର ରାମ ମନ୍ଦିର ପରିଚାଳନାରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବୁଧବାର, ୨ ସେପ୍ଟେମ୍ବର ୨୦୨୬ରେ ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ ଟ୍ରଷ୍ଟର ପ୍ରଥମ ଫୁଲ୍-ଟାଇମ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା CEO ଭାବେ ନିଯୁକ୍ତ କରିଛି। ଅଯୋଧ୍ୟାରେ ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ନିଯୁକ୍ତିର ବିଶେଷ ଦିଗ ହେଉଛି ଜିତେନ୍ଦ୍ର ମିଶ୍ରଙ୍କ ସାମରିକ ପୃଷ୍ଠଭୂମି। ସେ ଭାରତୀୟ ବାୟୁସେନାର ପଶ୍ଚିମ ଏୟାର କମାଣ୍ଡର Air Officer Commanding-in-Chief ଭାବେ କାର୍ଯ୍ୟ କରିଥିଲେ। ୨୦୨୫ ମସିହା ମେ’ ମାସରେ ଅପରେସନ ସିନ୍ଦୂର ସମୟରେ ମଧ୍ୟ ସେ ଏହି ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ନେତୃତ୍ୱ ଦାୟିତ୍ୱରେ ଥିଲେ। ୨୦୨୬ ଏପ୍ରିଲ ୩୦ରେ ସେ ବାୟୁସେନାରୁ ଅବସର ନେଇଥିଲେ।

ଜିତେନ୍ଦ୍ର ମିଶ୍ରାଙ୍କ ସାମରିକ କ୍ୟାରିୟର ପ୍ରାୟ ୪୦ ବର୍ଷର। ସେ ୬ ଡିସେମ୍ବର ୧୯୮୬ରେ ଭାରତୀୟ ବାୟୁସେନାରେ ପାଇଲଟ୍ ଭାବେ କମିଶନ ପାଇଥିଲେ। ସେ ଫାଇଟର କମ୍ବାଟ୍ ଲିଡର, ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଭାବେ କାର୍ଯ୍ୟ କରିବା ସହ ଫାଇଟର ସ୍କ୍ୱାଡ୍ରନ୍, ଫ୍ରଣ୍ଟଲାଇନ୍ ଏୟାରବେସ୍ ଓ Aircraft and Systems Testing Establishment ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ ପାଖରେ ୩,୦୦୦ରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିବା ରିପୋର୍ଟରେ କୁହାଯାଇଛି।

ଅପରେସନ ସିନ୍ଦୂରରେ ଭୂମିକା ଯୋଗୁଁ ମଧ୍ୟ ତାଙ୍କ ନାମ ଚର୍ଚ୍ଚାରେ ରହିଥିଲା। ଏହି ଅଭିଯାନରେ ତାଙ୍କ ନେତୃତ୍ୱ ପାଇଁ ତାଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ପଦକ (Sarvottam Yudh Seva Medal) ପ୍ରଦାନ କରାଯାଇଥିବା ରିପୋର୍ଟ ରହିଛି।ରାମ ମନ୍ଦିର ଟ୍ରଷ୍ଟର CEO ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବ୍ୟାପକ ଥିଲା। ଏହି ପଦ ପାଇଁ ୫,୫୮୫ଟି ଆବେଦନ ମିଳିଥିଲା ଏବଂ ଶେଷ ପର୍ଯ୍ୟାୟରେ ତିନିଜଣ ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଥିଲା। ସେହି ଶର୍ଟଲିଷ୍ଟରୁ ଜିତେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି।

CEO ଭାବେ ଜିତେନ୍ଦ୍ର ମିଶ୍ରାଙ୍କ ଦାୟିତ୍ୱ କେବଳ ମନ୍ଦିରର ଦୈନନ୍ଦିନ ପରିଚାଳନାରେ ସୀମିତ ରହିବ ନାହିଁ। ଟ୍ରଷ୍ଟର ପ୍ରଶାସନ, ଅପରେସନ୍, ନିୟମାନୁପାଳନ ଓ ବିଭିନ୍ନ ସାଂଗଠନିକ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରିବା ତାଙ୍କ ଭୂମିକାର ମୁଖ୍ୟ ଅଂଶ ହେବ ବୋଲି ରିପୋର୍ଟରୁ ଜଣାପଡ଼ୁଛି।

Share This Article 1 shares

Continue Reading

View All ଦେଶ →