ନୂଆଦିଲ୍ଲୀ, ୧୦ ସେପ୍ଟେମ୍ବର; ଭାରତୀୟ ଅର୍ଥନୀତିର ପରବର୍ତ୍ତୀ ଶିଳ୍ପ ବିକାଶ କେବଳ ପାରମ୍ପରିକ Infrastructure କିମ୍ବା Manufacturing ଉପରେ ନିର୍ଭର କରିବ ନାହିଁ। ନୂଆ ପ୍ରଯୁକ୍ତି, ଡିଜିଟାଲ ଭିତ୍ତିଭୂମି, ଉଚ୍ଚମୂଲ୍ୟ ଉତ୍ପାଦନ ଓ ଅନ୍ତରିକ୍ଷ ବ୍ୟବସାୟ ଭାରତର ଆଗାମୀ ଶିଳ୍ପ ଚିତ୍ରକୁ ବଦଳାଇପାରେ। ୧୦ ସେପ୍ଟେମ୍ବର ୨୦୨୬ରେ ପ୍ରକାଶିତ Jefferiesର ରିପୋର୍ଟ ଅନୁସାରେ Space, Semiconductors, Data Centres, Electronics, Solar Manufacturing ଓ Aerospace—ଏହି ୬ଟି କ୍ଷେତ୍ର ଆଗାମୀ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ହୋଇପାରେ।
ସବୁଠାରୁ ବଡ଼ ସମ୍ଭାବନା ଦେଖାଯାଉଛି Data Centre କ୍ଷେତ୍ରରେ। Jefferies ଅନୁସାରେ ଭାରତର colocation data-centre capacity ଗତ ୫ ବର୍ଷରେ ପ୍ରାୟ ୫ ଗୁଣ ବଢ଼ି ପ୍ରାୟ ୨ GW ହୋଇଛି। ଆଗାମୀ ୫ ବର୍ଷରେ ଏହା ପୁଣି ୫ ଗୁଣ ବଢ଼ି ପ୍ରାୟ ୧୦ GW ହୋଇପାରେ। ଏହି ବିସ୍ତାର ପାଇଁ ପ୍ରାୟ $୪୫ ବିଲିୟନ୍ facility capital expenditure ଆବଶ୍ୟକ ହୋଇପାରେ ଏବଂ data-centre operators ପାଇଁ ପ୍ରାୟ $୯ ବିଲିୟନ୍ revenue opportunity ସୃଷ୍ଟି ହୋଇପାରେ।
ଏହି ଆକଳନ ସହ ସରକାରୀ ତଥ୍ୟ ମଧ୍ୟ Data Centre କ୍ଷେତ୍ରର ଦ୍ରୁତ ବୃଦ୍ଧିକୁ ଦର୍ଶାଉଛି। MeitY ଅନୁସାରେ ଭାରତର ସମୁଦାୟ Data Centre capacity ୨୦୨୦ର ପ୍ରାୟ ୩୭୫ MWରୁ ୨୦୨୫ରେ ପ୍ରାୟ ୧,୫୦୦ MWକୁ ବଢ଼ିଛି। AI development ପାଇଁ ୧୪ଟି empanelled service provider/data centre ମାଧ୍ୟମରେ ୩୮,୨୩୧ GPU onboard ହୋଇଥିବା ସରକାର କହିଛି।
ଅନ୍ୟପଟେ, Space Economy ମଧ୍ୟ ଭାରତର ନୂଆ ଶିଳ୍ପ ସମ୍ଭାବନାର ଏକ ମୁଖ୍ୟ ଅଂଶ। Jefferies ଭାରତର space economy ୨୦୨୩ ସ୍ତର ତୁଳନାରେ ପ୍ରାୟ ୫ ଗୁଣ ବଢ଼ି ୨୦୩୦ ସୁଦ୍ଧା $୪୦–୪୫ ବିଲିୟନ୍ରେ ପହଞ୍ଚିପାରିବ ବୋଲି ଆକଳନ କରିଛି। ୨୦୨୦ରେ private participation ପାଇଁ space sector ଖୋଲାଯିବା ପରେ startups ଏବେ launch vehicles, satellites, Earth observation ଓ space-based applications ଭଳି କ୍ଷେତ୍ରରେ କାମ କରୁଛନ୍ତି।
ଏହାର ପ୍ରାୟୋଗିକ ଉଦାହରଣ ମଧ୍ୟ ଦେଖିବାକୁ ମିଳୁଛି। ୨୦୨୬ ଜୁଲାଇରେ Skyroot Aerospaceର Vikram-1 ଭାରତର ପ୍ରଥମ privately developed orbital rocket ଭାବେ ସଫଳ ଉତକ୍ଷେପଣ କରିଥିଲା। ଏହା private space ecosystem କେବଳ startup concept ନୁହେଁ, ବରଂ commercial capability ଦିଗକୁ ଯାଉଥିବାର ଏକ ଉଦାହରଣ।
Semiconductor କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦ୍ରୁତ ହେଉଛି। Jefferies ଅନୁସାରେ ପ୍ରାୟ $୨୦ ବିଲିୟନ୍ semiconductor investment ଏବେ underway ଅଛି। Chip fabrication ଓ OSAT projects ଏହି ecosystemକୁ ଆଗକୁ ନେଉଛି। ସରକାର ମଧ୍ୟ Semiconductor Mission 2.0 ପାଇଁ ₹୧.୨୭ ଲକ୍ଷ କୋଟିର ବ୍ୟବସ୍ଥା କରିଛି।
Electronicsରେ ମଧ୍ୟ ଭାରତ assembly-based manufacturingରୁ component manufacturing ଦିଗକୁ ଯିବାକୁ ଚାହୁଁଛି। Jefferiesର ଆକଳନ ଅନୁସାରେ mobile component bill of materialsର local value addition ଆଗାମୀ ୬ ବର୍ଷରେ ପ୍ରାୟ ୫୦%କୁ ବଢ଼ିପାରେ। Solar manufacturing ଓ Aerospace ମଧ୍ୟ ଏହି industrial expansionର ଅଂଶ।