ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଜୁଲାଇ ୯ରେ ଏକଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଭୁବନେଶ୍ୱରରେ ଭାରତର High Seas Fisheries Letter of Authorisation (LoA) ବ୍ୟବସ୍ଥାର ଜାତୀୟ ଶୁଭାରମ୍ଭ କରିବା ସହ ଓଡ଼ିଶା ଡିପ୍ ସି ଫିଶିଂ ମିଶନ୍ (2026–2036) ଦସ୍ତାବିଜ ଉନ୍ମୋଚନ କରିବେ। ଏହାପରେ ସେ NISER, ଖୋର୍ଦ୍ଧାର 15ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟ ସରକାର ପକ୍ଷରୁ ସୁରକ୍ଷା ଓ ପ୍ରୋଟୋକଲ ବ୍ୟବସ୍ଥାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଭୁବନେଶ୍ୱର, ୮ ଜୁଲାଇ; ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟ ସରକାର ଏହି ଗସ୍ତକୁ ନେଇ ସୁରକ୍ଷା, ପ୍ରୋଟୋକଲ ଏବଂ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। 

ଗସ୍ତର ପ୍ରଥମ ପର୍ଯ୍ୟାୟରେ ଉପରାଷ୍ଟ୍ରପତି ଭାରତ ସରକାରଙ୍କ ମତ୍ସ୍ୟ ପାଳନ ବିଭାଗ ଆୟୋଜିତ କାର୍ଯ୍ୟକ୍ରମରେ High Seas Fisheries ପାଇଁ Letter of Authorisation (LoA) ବ୍ୟବସ୍ଥାର ଜାତୀୟ ଶୁଭାରମ୍ଭ କରିବେ। ଏହା ସହ ଓଡ଼ିଶା ଡିପ୍ ସି ଫିଶିଂ ମିଶନ୍ (2026–2036) ଦସ୍ତାବିଜ ମଧ୍ୟ ଉନ୍ମୋଚନ କରିବେ। ଏହି ପଦକ୍ଷେପ ଗଭୀର ସମୁଦ୍ରରେ ନିୟନ୍ତ୍ରିତ, ବୈଜ୍ଞାନିକ ଓ ସ୍ଥାୟୀ ମତ୍ସ୍ୟ ଆହରଣକୁ ପ୍ରୋତ୍ସାହନ ଦେବା ସହ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ। ପ୍ରାୟ ଏକ ହଜାର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି। 

ଏହାପରେ ଉପରାଷ୍ଟ୍ରପତି National Institute of Science Education and Research (NISER), ଖୋର୍ଦ୍ଧାର 15ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ ଏବଂ ସଫଳ ଶିକ୍ଷାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରିବେ। 

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକରେ ସୁରକ୍ଷା, ଟ୍ରାଫିକ୍ ପରିଚାଳନା, ବିଦ୍ୟୁତ, ପାନୀୟ ଜଳ, ଅଗ୍ନି ନିରାପତ୍ତା, ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ସଡ଼କ ବ୍ୟବସ୍ଥା ଏବଂ ପ୍ରୋଟୋକଲ ସମ୍ପର୍କିତ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। 

 

 

 

Share This Article 0 shares

Continue Reading

View All ଓଡ଼ିଶା →