ନୂତନ ଭାବରେ ଅର୍ଥ କମିଶନର ନିୟମ ଅନୁସାରେ ଗ୍ରାମ ପଞ୍ଚାୟତକୁ ଆଗାମୀ ବର୍ଷଗୁଡ଼ିକରେ କେନ୍ଦ୍ରୀୟ ପ୍ରଦର୍ଶନ ଅନୁଦାନ ପାଇବାକୁ ହେଲେ ନିଜ ରାଜସ୍ଵ ବା OSR (Own Source Revenue) ବଢ଼ାଇବାକୁ ପଡ଼ିବ । ଓଏସଆର (OSR) ମଧ୍ୟରେ ଘର ଟିକସ, ଦୋକାନ ବଜାର ଫି, ପଞ୍ଚାୟତ ପୋଖରୀ ବା ସମ୍ପତ୍ତିରୁ ନିଲାମ ଆୟ ଏବଂ ପାଣି ଓ ଆଲୋକ ପାଇଁ ନିଆଯାଉଥିବା ଉପଭୋକ୍ତା ଦେୟ (User Charges) ଆଦି ଏହାର ଅନୁର୍ଭୁକ୍ତ ଅଟେ ।
ଆସନ୍ତୁ ଜାଣିବା ଏହାର କିଛି ନିୟମାବଳୀ :
କମିଶନ ରାଜସ୍ଵ ବୃଦ୍ଧି ପାଇଁ ୨ଟି ସର୍ତ୍ତବରଖିଛନ୍ତି ପଞ୍ଚାୟତକୁ ସେତିକି ପୂରଣ କରିବାକୁ ହେବ:
୧- ପୂର୍ବ ବର୍ଷ ତୁଳନାରେ ରାଜସ୍ଵ ଅତିକମରେ ୧.୦୨୫ ଗୁଣ (ବା ୨.୫% ବାର୍ଷିକ ଚକ୍ରବୃଦ୍ଧି) ବଢ଼ିବା ଦରକାର |
୨- ପଞ୍ଚାୟତର ସମୁଦାୟ ଓଏସଆର (OSR) ଆଦାୟ ପରିମାଣ, ଗାଁର ମୋଟ ପରିବାର ସଂଖ୍ୟାକୁ ହିସାବ କଲେ ପରିବାର ପିଛା ବାର୍ଷିକ ସର୍ବନିମ୍ନ ₹୧,୨୦୦ ଛୁଇଁବା ଆବଶ୍ୟକା (ଏହାର ଅର୍ଥ ଏହା ନୁହେଁ ଯେ ପ୍ରତି ପରିବାର ବାଧ୍ୟତାମୂଳକ ଭାବେ ୧୧୨୦୦ ଟ୍ୟାକ୍ସ ଦେବେ, ବରଂ ପଞ୍ଚାୟତର ମୋଟ ସଂଗ୍ରହକୁ ପରିବାର ସଂଖ୍ୟାରେ ଭାଗ କଲେ ହାରାହାରି ୧୧୨୦୦ ହେବା ଦରକାର) ।
ବ୍ଲକ ଏବଂ ଜିଲ୍ଲା ପରିଷଦ ପାଇଁ ନିୟମ
ଗ୍ରାମ ପଞ୍ଚାୟତ ଉପରେ ଥିବା ବ୍ଲକ ବା ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ମଧ୍ୟ ଏହି ପ୍ରଦର୍ଶନ ଅନୁଦାନ ପାଇବେ, କିନ୍ତୁ ସେମାନଙ୍କ ପାଇଁ ମୂଲ୍ୟାଙ୍କନ ନିୟମ ଭିନ୍ନ ଅଟେ :
ବ୍ଲକ/ ପଞ୍ଚାୟତ ସମିତି ପାଇଁ "୭୫ ପ୍ରତିଶତ"ର ସର୍ତ୍ତ :
୧- ବ୍ଲକଗୁଡ଼ିକ ସିଧାସଳଖ ଲୋକଙ୍କଠାରୁ ବଡ଼ ଆକାରରେ ଟିକସ ଆଦାୟ କରନ୍ତି ନାହିଁ ତେଣୁ ସେମାନଙ୍କ ଯୋଗ୍ୟତା ସେମାନଙ୍କ ଅଧୀନରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକର ସଫଳତା ଉପରେ ନିର୍ଭର କରେ । ଏଣୁ ଗୋଟିଏ ବ୍ଲକ ଅଧୀନରେ ଥିବା ମୋଟ ଗ୍ରାମ ପଞ୍ଚାୟତଗୁଡ଼ିକ ମଧ୍ୟରୁ ଅତିକମରେ ୭୫% ଗ୍ରାମ ପଞ୍ଚାୟତ ଯଦି ଉପରୋକ୍ତ ଓଏସଆର (OSR) ଲକ୍ଷ୍ୟ (ପରିବାର ପ୍ରତି ୧୧୨୦୦ ବା ୨.୫% ଅଭିବୃଦ୍ଧି) ପୂରଣ କରି ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ଯାଇ ସେହି ସମ୍ପୃକ୍ତ ବ୍ଲକ ପଞ୍ଚାୟତକୁ କେନ୍ଦ୍ରୀୟ ପ୍ରଦର୍ଶନ ଅନୁଦାନ ମିଳିବ ।
ଜିଲ୍ଲା ପରିଷଦ ପାଇଁ ନିୟମ
୨- ଜିଲ୍ଲା ପରିଷଦଗୁଡ଼ିକର ନିଜସ୍ଵ ସମ୍ପତ୍ତି ବା ଆୟର ମାଧ୍ୟମ ଥାଏ । ତେଣୁ ସେମାନଙ୍କ ପାଇଁ ଗ୍ରାମ ପଞ୍ଚାୟତ ଭଳି ସମାନ ଫର୍ମୁଲା ଲାଗୁ ହେବ। ଜିଲ୍ଲା ପରିଷଦଗୁଡ଼ିକୁ ମଧ୍ୟ ବର୍ଷ T-୧ ରେ, ବର୍ଷ T-9 ତୁଳନାରେ ନିଜସ୍ଵ ରାଜସ୍ଵକୁ ୧.୦୨୫ ଗୁଣ (ବା ୨.୫% ବାର୍ଷିକ ଚକ୍ରବୃଦ୍ଧି ହାର) ବୃଦ୍ଧି କରି ଦେଖାଇବାକୁ ପଡ଼ିବ ।
ଏହି ସର୍ତ୍ତାବଳୀ ୧୬ଶ ଅର୍ଥ କମିଶନଙ୍କ ଅବଧିର ତୃତୀୟ ବର୍ଷ, ଅର୍ଥାତ୍ ଆର୍ଥିକ ବର୍ଷ ୨୦୨୮-୨୯ ରୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ । ପଞ୍ଚାୟତଗୁଡ଼ିକୁ ନିଜର ବ୍ୟବସ୍ଥା ସୁଧାରିବା ପାଇଁ ପ୍ରଥମ ଦୁଇ ବର୍ଷ ସମୟ ଦିଆଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପଞ୍ଚାୟତଗୁଡ଼ିକ ଯେପରି କେବଳ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅନୁଦାନ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ ରହି ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ଚେଷ୍ଟା କରିବେ ଏବଂ ଗାଁର ଟଙ୍କା ଗାଁର ରାସ୍ତା, ପାଣି, ସ୍ଵାସ୍ଥ୍ୟ ଓ ଆଲୋକ ବ୍ୟବସ୍ଥାରେ ଖର୍ଚ୍ଚ ହୋଇପାରିବ ।