ମେ' ୩୧ 'ବିଶ୍ୱ ତମ୍ବାଖୁ ମୁକ୍ତ ଦିବସ' ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ତମ୍ବାଖୁ କମ୍ପାନୀଗୁଡ଼ିକ ଏବେ ଲାବୋରେଟୋରୀରେ ତିଆରି କୃତ୍ରିମ ବା ସିନ୍ଥେଟିକ୍ ନିକୋଟିନ୍ (Synthetic Nicotine) ଜରିଆରେ ଯୁବପିଢ଼ିଙ୍କୁ ନୂଆ ନିଶା ସ୍ରୋତରେ ବାନ୍ଧୁଛନ୍ତି।

ସିନ୍ଥେଟିକ୍ ନିକୋଟିନ୍‌ର ଚକ୍ରବ୍ୟୂହ: ସ୍କୁଲ ଓ କଲେଜ ପିଲାଙ୍କୁ ଟାର୍ଗେଟ୍ କରୁଛନ୍ତି କମ୍ପାନୀ, WHO ର ଚେତାବନୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସ୍ପଷ୍ଟ ରିପୋର୍ଟ ଅନୁସାରେ, ବଜାରକୁ ଆସିଥିବା ନୂଆ 'ସିନ୍ଥେଟିକ୍ ନିକୋଟିନ୍' (Synthetic Nicotine) ରେ କୌଣସି ପ୍ରାକୃତିକ ତମ୍ବାଖୁ ପତ୍ର ବ୍ୟବହାର କରାଯାଉନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଲାବୋରେଟୋରୀ ବା ଗବେଷଣାଗାରରେ ପ୍ରସ୍ତୁତ ଏକ କେମିକାଲ୍, ଯାହା ସିଧାସଳଖ ମନୁଷ୍ୟର ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି ଏବଂ ଅତି ସହଜରେ ଆଡିକ୍ସନ୍ ବା ନିଶାଗ୍ରସ୍ତ କରିଦେଉଛି।

 ପିଲାମାନଙ୍କୁ ଫସାଇବା ପାଇଁ ବଡ଼ ଚାଲ୍:

ଇ-ସିଗାରେଟ୍ ଏବଂ ଭେପ୍ (Vapes): ତମ୍ବାଖୁ ମୁକ୍ତ ବା 'Tobacco-Free' କହି କମ୍ପାନୀଗୁଡ଼ିକ ଏହାକୁ ବିକ୍ରି କରୁଛନ୍ତି।

ରଙ୍ଗୀନ ପ୍ୟାକେଜିଂ ଓ ଫ୍ଲେଭର: ସ୍କୁଲ ଏବଂ କଲେଜ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ଆକର୍ଷଣୀୟ ରଙ୍ଗ, ଚକୋଲେଟ୍ ବା ଫ୍ରୁଟ୍ ଫ୍ଲେଭର୍ ଏବଂ ଗ୍ୟାଜେଟ୍ ଭଳି ଡିଜାଇନ୍ ବ୍ୟବହାର କରାଯାଉଛି।

ଭ୍ରମାତ୍ମକ ପ୍ରଚାର: ଏହା କମ୍ କ୍ଷତିକାରକ ବୋଲି ସୋସିଆଲ ମିଡିଆ ମାଧ୍ୟମରେ ପିଲାମାନଙ୍କ ମନରେ ଭୁଲ୍ ଧାରଣା ସୃଷ୍ଟି କରାଯାଉଛି।

Share This Article 1 shares

Continue Reading

View All ଦୁନିଆ →