ବେତନଟୀ (ଦୀପକ କୁମାର ସିଂହ ): ମୟୁରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମର ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ବାସୁଳୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ଛତୁଆ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି।

ଏହି ଉଡ଼ା ପର୍ବ ଲାଗି ଏପ୍ରିଲ ମାସ ଆରମ୍ଭରୁ ପ୍ରସ୍ତୁତି ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ଦିନ ନିଆଁପାଟ ଓ କଣ୍ଟାପାଟ ପରେ ସଂକ୍ରାନ୍ତି ପର ଦିନ ଅପରାହ୍ନରେ ଆରମ୍ଭ ହୋଇଯାଏ ଉଡ଼ା ପର୍ବ l

ତେବେ ଏହି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ୨୭ଜଣ ମାନସିକଧାରୀ ଭକ୍ତା କଣ୍ଟାରେ ଗଡ଼ିବା ସହିତ ମା ବାସୁଳିଙ୍କ ମନ୍ଦିର ସମ୍ମୁଖରେ ନିଆଁରେ ଝୁଲିଥିଲେ ଓ ପରେ ମୁକ୍ତେଶ୍ଵର ମହାଦେବ ମନ୍ଦିର ସମ୍ମୁଖରେ ନିଆଁ ଉପରେ ଚାଲି ଥିଲେ l

ତେବେ ଭକ୍ତା ମାନଙ୍କର ଏହି ଅଲୌକିକ ପ୍ରଦର୍ଶନ ଦେଖିବାକୁ ଆଜି ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା l

ଅନ୍ୟପଟେ ଏହି ଐତିହାସିକ ଉଡ଼ାପର୍ବରେ ମୟୁରଭଞ୍ଜ ସମେତ ପଡୋଶୀ ଜିଲ୍ଲାରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ମା’ ବାସୁଳୀଙ୍କ ପୀଠପ୍ରାଙ୍ଗଣକୁ ବୁଲି ଆସିଥାନ୍ତି l ଚଳିତ ବର୍ଷ ମଧ୍ୟ ପ୍ରଚଣ୍ଟ ରୌଦ୍ରତାପ ସତ୍ୱେ ଲକ୍ଷାଧିକ ଲୋକଙ୍କର ସମାଗମକୁ ଲକ୍ଷ କରି ଗ୍ରାମ କମିଟି ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l

Share This Article 2 shares

Continue Reading

View All ସଂସ୍କୃତି →