ପୁରୀ, ଶ୍ରୀକ୍ଷେତ୍ର: ଜୟ ଜଗନ୍ନାଥ! ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପରମ୍ପରା ଓ ନୀତିକାନ୍ତି ଅତ୍ୟନ୍ତ ରହସ୍ୟମୟ। ରଥର ଚକଠାରୁ ଆରମ୍ଭ କରି କଳସ ପର୍ଯ୍ୟନ୍ତ, ପ୍ରତ୍ୟେକଟି ଅଙ୍ଗର ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଗୁରୁତ୍ୱ ରହିଛି। ଆଜି 'ରଥ ରହସ୍ୟ'ର ଚତୁର୍ଥ ଭାଗରେ ଆମେ ଜାଣିବା ମହାପ୍ରଭୁଙ୍କ ରଥ ଉପରେ ଶୋଭା ପାଉଥିବା କାଠର 'ଓଲଟ ଶୁଆ' ମାନଙ୍କ ବିଷୟରେ।

ପୁରୀ, ଶ୍ରୀକ୍ଷେତ୍ର ୨୨.୦୫.୨୦୨୬ : ଜୟ ଜଗନ୍ନାଥ! ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପରମ୍ପରା ଓ ନୀତିକାନ୍ତି ଅତ୍ୟନ୍ତ ରହସ୍ୟମୟ। ରଥର ଚକଠାରୁ ଆରମ୍ଭ କରି କଳସ ପର୍ଯ୍ୟନ୍ତ, ପ୍ରତ୍ୟେକଟି ଅଙ୍ଗର ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଗୁରୁତ୍ୱ ରହିଛି। ଆଜି 'ରଥ ରହସ୍ୟ'ର ଚତୁର୍ଥ ଭାଗରେ ଆମେ ଜାଣିବା ମହାପ୍ରଭୁଙ୍କ ରଥ ଉପରେ ଶୋଭା ପାଉଥିବା କାଠର 'ଓଲଟ ଶୁଆ' ମାନଙ୍କ ବିଷୟରେ।

ଓଲଟ ଶୁଆ କ’ଣ ଏବଂ ଏହାର ଆଧ୍ୟାତ୍ମିକ ପ୍ରତୀକ?

ଘୋଷଯାତ୍ରା ସମୟରେ ପ୍ରତ୍ୟେକ ରଥର ଦଧିନଉତି ପାଖରେ ଦୁଇଟି ଲେଖାଏଁ କାଠର ଶୁଆ ରହିଥାନ୍ତି। ବେଦ ଓ ଶାସ୍ତ୍ର ଅନୁସାରେ, ଏମାନେ କେବଳ କୌଣସି ସାଧାରଣ ପକ୍ଷୀ ନୁହଁନ୍ତି, ବରଂ ସାକ୍ଷାତ 'ଜ୍ଞାନ' ଏବଂ 'ବ୍ରହ୍ମତତ୍ତ୍ୱ'ର ପ୍ରତୀକ। ସେମାନଙ୍କର ମୁହଁ ସମ୍ମୁଖକୁ ନରହି ପଛକୁ ମୋଡ଼ି ହୋଇ ରହୁଥିବାରୁ ସେମାନଙ୍କୁ ଶାସ୍ତ୍ରୀୟ ଭାଷାରେ 'ଓଲଟ ଶୁଆ' କୁହାଯାଏ।

ଆତ୍ମା-ପରମାତ୍ମା ବା ଜୀବ-ପରମ ତତ୍ତ୍ୱକୁ ବୁଝାଇବା ପାଇଁ ଆମ ପୁରାଣ ମାନଙ୍କରେ ଲୋଟଣୀ ପାରା, ଓଲଟ ଶୁଆ ଏବଂ ଓଲଟ ହଂସର ପରିକଳ୍ପନା କରାଯାଇଛି। ଓଲଟ ବୃକ୍ଷ ରୂପୀ ଏହି ସଂସାର ସହିତ ଆମ ଶରୀର ଓ ତହିଁରେ ବାସ କରୁଥିବା ଆତ୍ମାକୁ ହଂସ ରୂପେ ପରିକଳ୍ପନା କରି ପ୍ରାଚୀନ କବି ଦାସରାଜୁ ଲେଖିଛନ୍ତି:

"ଓଲଟ ବୃକ୍ଷେ ଖେଳୁଛି ଲୋଟଣିି ପାରା । ଅଠାକାଠି ପଞ୍ଜୁରୀରେ ନପଡ଼େ ଧରା ॥"

 

Share This Article 0 shares

Continue Reading

View All ସଂସ୍କୃତି →