ପୁରୀର ଚନ୍ଦନ ଯାତ୍ରା ଅବସରରେ ଚାଲୁଥିବା ଚାପ ଖେଳ (ନୌକା ବିହାର) ଏବେ ଶେଷ ପର୍ଯ୍ୟାୟକୁ ପହଞ୍ଚୁଛି। ସାଧାରଣତଃ ୨୧ ଦିନ ଧରି ଚାଲୁଥିବା ଏହି ପବିତ୍ର ଉତ୍ସବରେ ଆଜି ପ୍ରାୟ ୧୮ତମ ଦିନର ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ ହେଉଛି। ।
ପ୍ରତିଦିନ ସନ୍ଧ୍ୟାବେଳେ ସୁସଜ୍ଜିତ ବିଭାନରେ ନରେନ୍ଦ୍ର ପୋଖରୀ ପାଖରେ ପହଞ୍ଚିଥାନ୍ତି ଦିଅଁ ମାନେ।
ନରେନ୍ଦ୍ର ପୋଖରୀରେ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରତିନିଧି ଶ୍ରୀ ମଦନମୋହନ, ଭଗବତୀ ଓ ରାମକୃଷ୍ଣଙ୍କୁ ସୁସଜ୍ଜିତ ନୌକାରେ ବିହାର କରାଯାଉଛି। ଘଣ୍ଟା, ମୃଦଙ୍ଗ ଓ ଭଜନ-କୀର୍ତନର ମଧୁର ସୁରରେ ପରିବେଶ ଭକ୍ତିମୟ ହୋଇଉଠିଛି।
ପ୍ରତି ବର୍ଷ ଅପେକ୍ଷା ଚଳିତ ବର୍ଷ ଭକ୍ତମାନଙ୍କର ଭିଡ଼ ବହୁତ ବୃଦ୍ଧି ପାଇଛି ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ପୋଲିସ ଓ ସେବାୟତମାନେ ମିଶି ଶୃଙ୍ଖଳାବଦ୍ଧ ଭାବେ ଦର୍ଶନ ବ୍ୟବସ୍ଥା କରୁଛନ୍ତି।
ଚାପ ଖେଳର ଶେଷ ଦିନଗୁଡ଼ିକରେ ଉତ୍ସାହ ଅଧିକ ବଢ଼ିଥାଏ, କାରଣ ଏହା ପରେ ଉତ୍ସବର ମୁଖ୍ୟ ପର୍ଯ୍ୟାୟ ସମାପ୍ତ ହେବ। ଏହି ପବିତ୍ର ପାରମ୍ପରିକ ଆନୁଷ୍ଠାନ ଓଡ଼ିଶାର ଆଧ୍ୟାତ୍ମିକ ସଂସ୍କୃତିର ମହାନତାକୁ ପୁନଃ ସ୍ମରଣ କରାଉଛି।